News18Local
ଭୁବନେଶ୍ବର: ବୃଦ୍ଧ ବୟସରେ ଆଣ୍ଠୁ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା।ଏହା ପ୍ରାୟତଃ ଓଷ୍ଟିଓଆର୍ଥ୍ରାଇଟିସ୍ ଯୋଗୁଁ ହୋଇଥାଏ।ଅଷ୍ଟିଓଆର୍ଥ୍ରାଇଟିସ୍ ହେଉଛି ସବୁଠାରୁ ସାଧାରଣ ପ୍ରକାରର ଗଣ୍ଠି ଯନ୍ତ୍ରଣା ଯାହା ଆଣ୍ଠୁକୁ ପ୍ରଭାବିତ କରେ । ଅଷ୍ଟିଓଆର୍ଥ୍ରାଇଟିସ୍ ଏକ ଅବନତିଶୀଳ ପ୍ରକ୍ରିୟା ଯେଉଁଠାରେ ଗଣ୍ଠି ରେ ଥିବା କାର୍ଟିଲେଜ ଧୀରେ ଧୀରେ ନଷ୍ଟ ହୋଇଯାଏ। ଏହା ପ୍ରାୟତଃ ମଧ୍ୟବୟସ ଏବଂ ବୟସ୍କ ଲୋକଙ୍କୁ ପ୍ରଭାବିତ କରେ। ବାରମ୍ବାର ଆଘାତ କିମ୍ବା ଓଜନ ବଢ଼ିବା ଭଳି କାରଣ ରୁ ଯଦି ଆଣ୍ଠୁ ଗଣ୍ଠି ଉପରେ ଅତ୍ୟଧିକ ଚାପ ପଡେ ତେବେ ଏହି ଅଷ୍ଟିଓଆର୍ଥ୍ରାଇଟିସ୍ ହୋଇପାରେ।
ପଢ଼ନ୍ତୁ:
ଆପଣଙ୍କ ନାମ ପ୍ରଥମ ଅକ୍ଷର S ରୁ ଆରମ୍ଭ ହେଉଛି କି ? ଜାଣନ୍ତୁ ବ୍ୟକ୍ତିତ୍ବ…
ତେବେ ଆପଣ ଚାହିଁଲେ ଘରେ ବସି ଏହି ସମସ୍ୟା ର ଅନେକ ମାତ୍ରାରେ ସମାଧାନ କରି ପାରିବେ।ଏହି ସମୟ ରେ ନିଜର ଯତ୍ନ ନେବା ଦ୍ଵାରା ଆଣ୍ଠୁ ଯନ୍ତ୍ରଣା କୁ ଅନେକ ମାତ୍ରାରେ ପ୍ରତିରୋଧ କରି ହୁଏ।ପ୍ରଥମତଃ ଆଣ୍ଠୁ ଯନ୍ତ୍ରଣା ହେଉଥିଲେ ଆଣ୍ଠୁକୁ ବିଶ୍ରାମ ଦେବାର ଆବଶ୍ୟକତା ରହିଛି।ଏହି ସମୟରେ ଅଧିକ ଚଳ ପ୍ରଚଳ ନକରି ଆବଶ୍ୟକୀୟ ବିଶ୍ରାମ ନେବା ଉଚିତ୍।ଓଜନ ଜିନିଷ ଉଠେଇବା, ସିଢି ଚଢିବା ଭଳି ଅଭ୍ୟାସ ରୁ ବିରତ ରହିବା ଆବଶ୍ୟକ।କାରଣ ଏଭଳି କାର୍ଯ୍ୟ ଆପଣଙ୍କ ଆଣ୍ଠୁ ଉପରେ ଅଧିକ ଚାପ ସୃଷ୍ଟି କରିଥାଏ।ଯାହାକି ପରବର୍ତ୍ତୀ ସମୟରେ ଏହି ସମସ୍ୟା କୁ ଆହୁରି ଜଟିଳ କରେ।ଏଥି ସହିତ ଆପଣ ଘରେ ବସି ନିୟମିତ ଭାବରେ କିଛି ହାଲକା ବ୍ୟାୟାମ ମଧ୍ୟ କରି ପାରିବେ ଯାହାକି ଆପଣଙ୍କ ପାଇଁ ଏକ ଫିଜିଓ ଥେରାପି ଭଳି କାର୍ଯ୍ୟ କରିବ।
ପଢ଼ନ୍ତୁ:
ଆପଣଙ୍କ ନାମ ପ୍ରଥମ ଅକ୍ଷର S ରୁ ଆରମ୍ଭ ହେଉଛି କି ? ଜାଣନ୍ତୁ ବ୍ୟକ୍ତିତ୍ବ…
ସିଧା ଗୋଡ଼ ଉଠାଇବା:
ଗୋଟିଏ ଗୋଡ଼କୁ ବଙ୍କା କରି ଏବଂ ଅନ୍ୟ ଗୋଡ଼କୁ ସିଧା କରି ପିଠି କରି ଶୋଇବା ଉଚିତ୍ ଏହାପରେ ଜଙ୍ଘ ମାଂସପେଶୀକୁ କଡ଼ା କରି ଗୋଡ଼କୁ ଭୂମିରୁ କିଛି ଇଞ୍ଚ ଉପରକୁ ଉଠାଇବା ଆବଶ୍ୟକ।ଏହା ପରେ କିଛି ସେକେଣ୍ଡ ପାଇଁ ଗୋଡ଼କୁ ଧରି ରଖିବା ପରେ ଧୀରେ ଧୀରେ ତଳକୁ କରିବା ଆବଶ୍ୟକ।ଏଥି ସହିତ ଦୁଇ ଗୋଡ଼ର ପାଦକୁ ତଳକୁ ଟାଣିବା ପରେ ଧିରେ ଧିରେ ଛାଡନ୍ତୁ।ଏହା ଅନେକ ମାତ୍ରାରେ ଆପଣଙ୍କ ଆଣ୍ଠୁ ଯନ୍ତ୍ରଣା କୁ କମ କରିବାରେ ସହାୟକ ହେବ। ରିପୋର୍ଟ: ସୋମଦତ୍ତା ମିଶ୍ର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Author: Fast Post
Your daily dose of breaking news, trends & insights from across the globe. Real-time updates. Verified sources. Stay informed.