News18 Odia Digital
Weight Chart: ସୁସ୍ଥ ଓ ନିଜର ଓଜନ ଠିକ ରଖିବା ପାଇଁ ମଣିଷକୁ ସଠିକ୍ ଖାଦ୍ୟପେୟ କରିବାକୁ ପଡିଥାଏ। କାରଣ ଓଜନ ଠିକ ନଥିଲେ ବହୁ ପ୍ରକାର ରୋଗ ହୋଇଥାଏ। ଶରୀରର ଓଜନ କହିଥାଏ ଆପଣ ସୁସ୍ଥ ଅଛନ୍ତି କି ଅସୁସ୍ଥ। ଯଦି ଆପଣଙ୍କ ଓଜନ ବୟସ ଅନୁସାରେ କମ୍ କିମ୍ବା ବେଶୀ ଅଛି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି। ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ ଓ ଜରୁରୀ।
ଜଣେ ମଣିଷ ପାଇଁ ସୁସ୍ଥ ଶରୀର ଯେତିକି ଆବଶ୍ୟକ ସଠିକ ଓଜନ ମଧ୍ୟ ସେତିକି ଆବଶ୍ୟକ । ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ…
ନବଜାତ ଶିଶୁର ବୟସ ହିସାବରେ ପୁଅର ଓଜନ ୩.୩ କିଲୋଗ୍ରାମ ଓ ଝିଅର ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ୍। ୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।
Indian King: କୁକୁରଙ୍କର ବିବାହ ବ୍ୟବସ୍ଥା କରିଥିଲେ କେଉଁ ରାଜା?
୬ ରୁ ୮ ମାସ ପୁଅର ଓଜନ ୭.୮ କେଜି ଓ ଝିଅର ଓଜନ ୭.୨କେଜି ହେବା ଉଚିତ। ବର୍ଷକ ପିଲାର ଓଜନ ହିସାବରେ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।
୨ ବର୍ଷର ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ। ୩ରୁ ୪ ବର୍ଷର ପୁଅର ଓଜନ ୧୪ କେଜି ଓ ଝିଅର ଓଜନ ୧୬ କେଜି ହେବା ଉଚିତ।
୫ ବର୍ଷ ବୟସରେ ପୁଅର ଓଜନ ୧୮.୭ କେଜି ଓ ଝିଅର ଓଜନ ୧୭.୭ କେଜି ହେବା ଉଚିତ୍।
ପଢ଼ନ୍ତୁ ଏହି ଖବର:
Health Tips: ଖାଇବାର କେତେ ସମୟ ପରେ ପାଣି ପିଇବା ଠିକ? ଡାକ୍ତରଙ୍କ ମତ ଜାଣନ୍ତୁ…
୬ ବର୍ଷ ବୟସରେ ପୁଅର ଓଜନ ୨୦.୭ ଓ ଝିଅର ଓଜନ ୧୯.୫ ହେବା ଉଚିତ। ୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ। ୯ ରୁ ୧୧ ବର୍ଷ ପିଲାର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।
୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ। ୧୫ ରୁ ୧୮ ବର୍ଷ ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ। ୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ। ୩୦ ରୁ ୩୯ ବର୍ଷରେ ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।
ପଢ଼ନ୍ତୁ ଏହି ଖବର:
Brahma Aditya Yog: ୩ ରାଶିଙ୍କୁ ହଠାତ ମିଳିବ ଟଙ୍କା, ସୂର୍ଯ୍ୟ-ବୁଧ ଓ ଗୁରୁଙ୍କ ପାୱାରଫୁଲ ଯୋଗ କରିବ ମାଲାମାଲ୍
୪୦ ରୁ ୪୯ ବର୍ଷ ରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ। ୫୦ ରୁ ୬୦ ବର୍ଷର ପୁରୁଷଙ୍କ ଓଜନ ୬୫ କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Author: Fast Post
Your daily dose of breaking news, trends & insights from across the globe. Real-time updates. Verified sources. Stay informed.